Sunday, 22 March 2020

COVID-19

corona in odia




         କରୋନା ଭାଇରସ୍ ବା କରୋନା ଭୂତାଣୁ ଏକାଧିକ(ଆଲ୍ଫା କରୋନାଭୂତାଣୁ, ବିଟା କରୋନାଭୂତାଣୁ, ଡେଲ୍ଟା କରୋନାଭୂତାଣୁ ଓ ଗାମା କରୋନାଭୂତାଣୁ) ଭୂତାଣୁ ଙ୍କର ସମାହାର। ଯାହା କି ପକ୍ଷୀ ତଥା ସ୍ତନ୍ୟପାୟୀ ପ୍ରାଣୀଙ୍କ ଦେହ ରେ ରୋଗ ବର୍ଦ୍ଧକ ଭୂତାଣୁ Middle East Respiratory Syndrome (MERS-CoV) ଏବଂ Severe Acute Respiratory Syndrome (SARS-CoV) ର ସମକକ୍ଷ। ଅନୁସନ୍ଧାନ ରୁ ଜଣାପଡ଼େ କି MERS-CoV କିଛି ସ୍ତନ୍ୟପାୟୀ ବିଲେଇ ଏବଂ SARS-CoV କିଛି ପାଳିତ ଓଟ ଙ୍କ ଠାରୁ ମନୁଷ୍ୟ ଶରୀର କୁ ବ୍ୟାପୀଥିଲା। ମାତ୍ର ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ WHO(World Health Organization) ର ତଥ୍ୟ ରୁ ଜଣା ଯାଏ କି ଏହି (କରୋନା ଭୂତାଣୁ-୧୯) ପ୍ରଥମେ ୨୦୧୯ମସିହା ରେ ମନୁଷ୍ୟ ଠାରେ ଦେଖିବାକୁ ମିଳିଲା। ପ୍ରଥମ ଥର ପାଇଁ ଏହା ଚାଇନା ର ଉହାନ ସହରରେ ଦେଖିବାକୁ ମିଳିଥିଲା, ମାତ୍ର ଅବହେଳା ହେତୁ ସାରାସହର ଏବଂ କ୍ରମେକ୍ରମେ ଚାଇନା ତଥା ଅନ୍ୟ ଦେଶବିଦେଶ ରେ ଏହାର ବ୍ୟାପକତା ଦେଖିବାକୁ ମିଳିଲା। 
         ଏହା ବର୍ତ୍ତମାନ ସମୟର ସବୁଠାରୁ ବଡ ବିପଦ ବିଶ୍ଵ-ମହାମାରୀ ର ରୂପ ନେବାକୁ ବସିଛି। ଏହା ଏକ ସଙ୍କ୍ରମିତ ଭୂତାଣୁ ଯାହା କି ଜୀବଜନ୍ତୁ ଙ୍କ ଠାରୁ ମନୁଷ୍ୟ ଶରୀର କୁ ଅତି ସାମାନ୍ୟ ତଥା ସହଜ ଉପାଯରେ ବ୍ୟାପୀ ଥାଏ। 
ସଂକ୍ରମିତ ବ୍ୟକ୍ତି ଠାରେ ଥଣ୍ଡା,କାଶ,ଜ୍ଵର ଏବଂ ଶ୍ଵାସକ୍ରିୟା ରେ କଷ୍ଟ ଅନୁଭବ ହୁଏ। ଅବହେଳା ଓ ସଠିକ ଉପଚାର ଅଭାବରେ ମନୁଷ୍ୟ ର କିଡ୍ଡନୀ ଅଚଳ ହୋଇ ମୃତ୍ୟୁ ମଧ୍ୟ ହୋଇପାରେ। 
         ଏଣୁ ଭୟ କରି ଆତଙ୍କିତ ହେବା ଅପେକ୍ଷା ସଚେତନତା ଅବଲମ୍ବନ ଦ୍ଵାରା ଏହାକୁ ସମୂଳେ ଧ୍ଵଂଶ କରାଯାଇପାରିବ। ସର୍ବାଧିକ ସଚେତନତା ଅନିବାର୍ଯ୍ୟ। ବୈଜ୍ଞାନିକ ମାନଙ୍କ ତଥ୍ୟ ଅନୁସାରେ କରୋନା ଭୁତାଣୁ କୌଣସି ଜାଗା ରେ ୧୨ଘଣ୍ଟା ରୁ ଅଧିକ ସମୟ ବଞ୍ଚି ରହି ପାରିବ ନାହିଁ। ଏଣୁ ଜନ ସମାଗମ ଅଞ୍ଚଳ ଠାରୁ ଦୂରେଇ ରହି ଏହାର ବ୍ୟାପକ ବୃଦ୍ଧିକୁ ରୋକାଯାଇପାରିବ। ସାମାଜିକ ଦୁରତ୍ଵ ତଥା ପରିଷ୍କାର ଜୀବନ ଯାପନ ହିଁ ଏହି ଭୂତାଣୁ କୁ ମୂଳପୋଛ କରିବାର ଏକମାତ୍ର ମାଧ୍ୟମ। 

ସତର୍କତା:-
୧- ଆଖି, ନାକ, ପାଟି ଆଦି ଦ୍ଵାରା ଶରୀର କୁ କରୋନା ଭୂତାଣୁ ପ୍ରେବେଶ କରିବା ସମ୍ଭବ ତେଣୁ ଆଖି, ନାକ କିମ୍ବା ପାଟି ସ୍ପର୍ଶ                   ସମୟ ରେ ହାତ ପରିଷ୍କାର ରଖିବା ଉଚିତ୍। ଏଣୁ ପରିଷ୍କାର ଦେଖାଯାଉଥିବା ହାତକୁ ମଧ୍ୟ ବାରମ୍ବାର ଆଲ୍କୋହଲ ଯୁକ୍ତ                         ବିଶୋଧକ(ସାନିଟାଇଜର୍) ଓ ହ୍ୟାଣ୍ଡୱାଶ ଦ୍ଵାରା ଧୋଇବା ଉଚିତ୍। 
୨- କାଶିବା କିମ୍ବା ଛିଙ୍କିବା ସମୟରେ ଶରୀର ରୁ ନିର୍ଗତ କ୍ଷୁଦ୍ର ଜଳ କଣିକା କୁ ରୋକିବା ପାଇଁ ଟିସୂ କିମ୍ବା ରୁମାଲ ବ୍ୟବହାର                       କରିବା ଉଚିତ୍, ଅଥବା ମାସ୍କ୍ ପିନ୍ଧିବା ଉଚିତ୍।
୩- ପୂର୍ବ ବ୍ୟବହୃତ ଟିସୂ, ରୁମାଲ ଓ ମାସ୍କ୍ ଆଦି କୁ ପୁନର୍ବାର ବ୍ୟବହାର ନକରି ଟିସୂ କୁ ଡଷ୍ଟବିନ୍ ରେ ତଥା ରୁମାଲ ଓ ମାସ୍କ୍ ଆଦି               କୁ ଭଲ ଭାବରେ ପରିଷ୍କାର କରି ବ୍ୟବହାର କରିବା ନିତ୍ୟାନ୍ତ ଆବଶ୍ୟକ। 
୪- କୌଣସି ପ୍ରକାରର କାଶ, ଥଣ୍ଡା କିମ୍ବା ଜ୍ଵର ର ସନ୍ଧେହ ହେଲେ ଆମକୁ ତୁରନ୍ତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଡାକ୍ତରଙ୍କ                           ପରାମର୍ଶ  ନେବା ଉଚିତ୍।  
୫- କୌଣସି ଥଣ୍ଡା ଜାତୀୟ ଖାଦ୍ୟ ଓ ବାହାର ଖାଦ୍ୟ ଏହି ସମୟରେ ଖା'ନ୍ତୁ ନାହିଁ।  

କୌଣସି ବ୍ୟକ୍ତି ଙ୍କୁ କରୋନା ହେବାର ସନ୍ଧେହ ହେଲେ ରାଜ୍ୟ ସ୍ୱାସ୍ଥ୍ୟ ସହାୟକ କେନ୍ଦ୍ର ର ୨୪X୭ ହେଲ୍ପଲାଇନ୍ ନମ୍ବର.-(୦୧୧-୨୩୯୭୮୦୪୬) ରେ ସମ୍ପର୍କ କରନ୍ତୁ।